GHOSE YATRA (Kendrapara)

Baladevjew Temple is situated in Icchapur (Tulasi Khetra), Kendrapara Odisha, Baladevjew Temple is a very famous temple of Odisha and Balaram is its main divinity. However, Jaganath and Subhadra are also worshipped in the Ratan Singhasan in the main temple. An idol representing Tulasi as a Godess.

The Rath Yatrta has been observed in Tulasi Khetra, the adobe of lord Baladevjew for more thn 300 years. The temple of lord Baladevjew was constructed in the year of 1670 by the king of Kujanga.

The chariot in which the three Deities of Baladevjew Temple on Their yearly festival is known as Brahama Taladwaja Rath. This is said to be the Biggest Chariot in the world. The height of the chariot is 65feet.

Every years some parts of the Chariot are built a new, unlike the Chariots of Puri car festival, which are completely rebuilt each year. When Shri Brahma Taladhwaja Rath rolls out , it appears like a grand temple on wheel.

The annual car festival of Lord Baladevjew in Kendrapara has a special religious significance. it has many distinctive characteristics strikingly different from Puri Rath Yatra. in the 72 feet gigantic chariot Lord Baladev, Brother Jaganatha & Sister Subhadra travel to Sri Gundicha Temple.

The Car festival is observed for two days in Kendrapara, widely known as Tulasi Khetra, while elsewhere it's a one-day affairs. with this region having a sizable presence of people from the minority community, there is a congratulation of a muslims as the chariot is pulled by devotee to Gundicha Temple for devout Hindus , Tulasi Khetra is as sacred as the Sri Khetra Puri , Ekamra Khetra Bhubaneswar, Viraja Khetra Jajpur and Akra Khetra Konark. Also Known as Gupta Khetra Brahma Khetra, Kendar NAgar, Kendrapalli and Kandharpadha during differnt periods of history.

Lord Balabhadra 

Brahma Taladhwaja Rath

HERE ARE SOME OF THE SPECIFICATION OF THE CHARIOTS :-

Total no. of wheels: 14, which signifies the 14 universes (bramhanda)

Height of the wheels: 6 feet 6 inches

Total no. of log pieces used: 1013

The height of the chariot: 65 feet

Height of simhasana from ground level: 12 feet 6 Inches

No of Axels (akha): 7, which signifies the 7 elements

No. of horses: 4 (2 black and 2 white)

Names of the horses: Teevra, Ghora, Dirghashrama & Swarnanabha

Rope of the Chariot: Vasuki

The covering of the chariot is of seven colours

Total no. of ropes: 7, of 40 feet each

The name of flag (neta): Unnani

Divine attendants in front of the Chariot: Garuda & Hanuman

Gatekeepers ( Dwarapalas): Surya & Chandra

In murdhi: Ketuprabha

At the door: Rudra

Chariot Keeper (rakshak): Vasudev Sankarsan

Side deities (parshwa devata): Harihar, Tripurari, Laxman, Siddha Vinayak, Nrusingha, Basudev, Chamunda, Bhadrakali, Mangala, Banimangala, Bhairavi, Chakra Basulai, Natambar, Durga, Shesadeva

    Gundicha temple

ବିଶ୍ୱର ସର୍ବ ବୃହତ ରଥ

ନାମ-ବ୍ରହ୍ମତାଳଧ୍ଵଜ ରଥ

ତୁଳସୀକ୍ଷେତ୍ର, କେନ୍ଦ୍ରାପଡା

ଓଡ଼ିଶା

କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଏବଂ ତୁଳସୀକ୍ଷେତ୍ର ପରମ୍ପରା ଧାଡି ପହୁଣ୍ଡି।

ପୂଣ୍ୟଭୂମି ଭାରତ ବର୍ଷର ରାଜ୍ୟ ମାନଙ୍କ ମଧ୍ୟରୁ ଆଧ୍ୟାତ୍ମିକ , ସାଂସ୍କୃତିକ ଓ ନୈତିକ ଚେତନାର ପ୍ରାଣକେନ୍ଦ୍ର ଦେବଭୂମି ଉକôଳ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଭୂମିର ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମାସ୍ଥ ଇଛାପୁରଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବିଦ୍ୟମାନ । ପ୍ରାୟ ୨ ଏକର ୮ ଡିସିମିଲ ବେଷ୍ଟିତ ଭୂମି ଉପରେ ଏହି ମନ୍ଦିର ଅବସ୍ଥିତ ମନ୍ଦିର ସମ୍ମୁଖରେ ୪୦ ଫୁଟ ଉଚ୍ଚର ବିରାଟ ଅରୁଣ ସ୍ତମ୍ବ ବିଦ୍ୟମାନ ମୁଖ୍ୟ ବଡ ଦେଉଳର ଉଚ୍ଚତା ୭୫ ଫୂଟ । ମନ୍ଦିର ମଧ୍ୟସ୍ଥ ରତ୍ନ ସିଂହାସନ ଉପରେ ପ୍ରଭୁ ବଳଦେବ , ସାନୁଜ ଜଗନ୍ନାଥ ଓ ଭଉଣି ସୁଭଦ୍ରା ବିରାଜମାନ । ମହାପ୍ରଭୁଙ୍କ ସହିତ ଚଳିତ ପ୍ରତିମା ଗୋବିନ୍ଦଜୀଉ ମହାଲକ୍ଷ୍ମୀ, ସୁର୍ଦଶନ, ବାଳଗୋପାଳ, ଓ ବୃହତ ଶାଳଗ୍ରାମ ପୂଜା ପାଉଛନ୍ତି । ନାଟମନ୍ଦିର ସମ୍ମୁଖରେ ସିଂହ ଓ ହସ୍ତିଙ୍କର ପ୍ରକାଣ୍ଡ ମୃତି ରହିଅଛି । ମନ୍ଦିର ବେଢା ମଧ୍ୟରେ କନକ ଦୁର୍ଗା , ବୈକୁଣ୍ଠନାଥ , ସୂର୍ଯ୍ୟ , ଚନ୍ଦ୍ର , ଜମ , ନବଗ୍ରହ ଏବଂ ଆହୁରି ଅନେକ ଦେବତା ପୂଜିତ । ଶ୍ରୀ ବଳଦେବଜୀଉ ମହାପ୍ରଭୂଙ୍କୁ ସିଧାସଳଖ ଭକ୍ତ ବଡଦାଣ୍ଡରେ ଠିଆ ହୋଇ ଦର୍ଶନ କରିବାର ଅପୂର୍ବ ସୁଯୋଗ ଏହି ମନ୍ଦିରରେ ଅଛି ।

ଦ୍ୱାପର ଯୁଗରେ ତାଳବଣ ମଧ୍ୟରେ ଧେନୁକା ନାମକ ଦୁର୍ଦାନ୍ତ ରାକ୍ଷସକୁ ବିନାଶ କରିବାପାଇଁ ଦେବତା ମାନେ ବଳଦେବଙ୍କୁ ଯେଊଁ ରଥ ପ୍ରଦାନ କରିଥିଲେ ସେହି ରଥର ଧ୍ୱଜାରେ ତାଳ ଚିହ୍ନ ଥିବାରୁ ଏହାର ନାମ ତାଳଧ୍ୱଜ ରଥ ବୋଲି କୁହାଯାଏ । ତେବେ ତୁଳସୀ କ୍ଷେତ୍ରର ଅଧିପତି ଶ୍ରୀ ବଳଦେବ ଦାରୂଦେବତା ବା ଦାରୂବ୍ରହ୍ମ ନ ହୋଇ ତାଙ୍କର ସମସ୍ତ କଳେବର ମଣି ବିଗ୍ରହ ବ୍ରହ୍ମ ହୋଇଥିବାରୁ ତାଙ୍କ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ ଏବଂ ନିବାସ ସ୍ଥଳୀକୁ ବ୍ରହ୍ମ କ୍ଷେତ୍ର ବୋଲି କୁହାଯାଏ । ଚଉଦ ବ୍ରହ୍ମାଣ୍ଡର ଅଧିପତି ଭାବେ ରଥର ଚକ ସଂଖ୍ୟା ୧୪ । ଚକ ଗୁଡିକର ଉଚ୍ଚତା ୬ ଫୁଟ୍ ଅଧେ ଚକ ଗୁଡିକର ଅର ସଂଯୁକ୍ତରେ ନିର୍ମାଣ ନ ହୋଇ ୭ ଇଂଚ ମୋଟା ବିଶିଷ୍ଟ ତିନି ଖଣ୍ଡ ନିଦା ଶାଳ କାଠରେ ତିଆରି ହୋଇଥାଏ । ଏହି ରଥ ୧୦୧୩ ଖଣ୍ଡ କାଠରେ ନିର୍ମିତ ଓ ଭୂମି ଠାରୁ ରଥର ଉଚ୍ଚତା ୪୩ ହାତ ୯ ଆଙ୍ଗୁଳି ବା ୭୫ ଫୁଟ । ଭୂମି ଠାରୁ ରଥ ସ୍ଥିତ ସିଂହାସନର ଉଚ୍ଚତା ୧୨ଫୁଟ ଅଧେ । ସମଗ୍ର ବିଶ୍ୱରେ ଏହା ହେଉଛି ସବୋର୍ଚ୍ଚ ଓ ସର୍ବୋ ବୃହତମ ରଥ । ସାରଥିର ନାମ ପ୍ରଦୁ୍ୟମ୍ନ । ୭ ଗୋଟି ଅଖ ସପ୍ତତତ୍ୱର ପରି•ୟକ । ୯ ବରାନ୍ଦ ନବଗ୍ରହର ପ୍ରତୀକ । ରଥରେ ଦୁଇଟି ଧଳା ଦୁଇଟି କଳା ଘୋଡା ବନ୍ଧା ହୋଇଥାନ୍ତି । ଏମାନେ ହେଲେ ତିବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାମ । ରଥ ରଜୁର ନାମ ବାସୁକି । ରଥର ଆବରଣ ନାମ ସପ୍ତରଙ୍ଗ, ଦଉଡି ୭ଟି ପ୍ରତିଟି ୪୦ଫୁଟ ଲମ୍ବ ନେତର ନାମ ଉର୍ଣ୍ଣନୀ, ରଥ ସମ୍ମୁଖରେ ଗରୁଡ ଓ ହନୁମାନ , ଦ୍ୱାରପାଳ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରଦେଶରେ ରୁଦ୍ର , ରଥର ରକ୍ଷକ ସ୍ୱୟଂ ବାସୁଦେବ ଶଙ୍କର୍ଷଣ, ପାଶ୍ୱ ଦେବତା ହେଲେ ହରିହର , ତ୍ରିପୁରାରୀ, ଲକ୍ଷ୍ମଣ ସିଦ୍ଧ, ବିନାୟକ ନୃସିଂହ, ବାସୁଦେବ, •ମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା ଆଦି ଋଷିପଟ୍ଟାରେ ଅଙ୍ଗିରା, ପୌଲ୍ୟସ୍ତ, ପୁଲଃ, ଅଗସ୍ଥି, ଆତ୍ରେୟ ଓ କାଷ୍ୟପ, ରଥ କୁମ୍ଭର ନାମ ଭୁବନ,ବିଶ୍ୱ, ପୃଥିବୀ, ରକ୍ଷା କର୍ତା ନନ୍ଦ ଓ ସୁନନ୍ଦ । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ନିର୍ମାଣରେ ୪୦ ଜଣ ମହାରଣା ସେବକ ଓ ୮ ଜଣ କମାର ସେବକ ନିଧାରିତ ସମୟରେ ରଥ କାମରେ ଲାଗିଥାନ୍ତି । ତୁଳସୀ କ୍ଷେତ୍ର ଅଧିପତି ଶ୍ରୀ ବଳଦେବଜୀଉ ରତ୍ନସିଂହାସନ ତ୍ୟାଗ କରି ଘୋଷଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବର୍ଷକରେ ଥରେ ଶ୍ରୀ ଗୁଣ୍ଡିଚାରେ ମାନବ ସମାଜକୁ ଶାନ୍ତି , ମୈତ୍ରୀ ତଥା ଭାତୃଭାବରେ ବାନ୍ଧି ରଖିବା ନିମନ୍ତେ ମହାପ୍ରଭୁ ଏହି ବ୍ରହ୍ମତାଳଧ୍ୱଜ ରଥରେ ରଥାରୁଢ ହୋଇଥାନ୍ତି । ଆଷାଢ ମାସରେ ରଥରେ ବସି ମାଉସୀ ଘରକୁ ଯାତ୍ରା କରିବା ପରମ୍ପରା ରହିଛି । ଏହି ସଂସ୍କୃତି ଓ ପରମ୍ପରାକୁ ନେଇ ଓଡିଆ ଜାତି ଗର୍ବ କରୁଥିବା ବେଳେ ପୃଥିବୀର ବିଭିନ୍ନ କୋଣରୁ ଧର୍ମାବଲମ୍ବୀମାନେ ମଧ୍ୟ ଉକôଳୀୟ ସଂସ୍କୃତି ଉପରେ ବିଶ୍ୱାସ ରଖିଥାନ୍ତି ।

ତୁଳସୀ କ୍ଷେତ୍ରର ପରମ୍ପରା ଧାଡି ପହୁଣ୍ଡି :- ତୁଳସୀ କ୍ଷେତ୍ରାଧିପତିଙ୍କ ଶ୍ରୀଗୁଣ୍ଡିଚାରେ ଧାଡି ପହଁଣ୍ଡିରେ ତିନି ଠାକୁର ବ୍ରହ୍ମ ତାଳଧ୍ୱଜ ରଥକୁ ଆସିଥାନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାରେ ନିର୍ମିତ ୩ ରଥକୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏକା ସଙ୍ଗରେ ରତ୍ନସିଂହାସନ ଛାଡି ପହଁଣ୍ଡି ହୋଇ ୩ ରଥକୁ ଆସିଥାନ୍ତି । କିନ୍ତୁ ତୁଳସୀକ୍ଷେତ୍ରରେ ୩ ଠାକୁର ଜଣେ ପରେ ଜଣେ ବ୍ରହ୍ମ ତାଳଧ୍ୱଜ ରଥକୁ ପହଁଣ୍ଡି ହୋଇ ଆସିଥାନ୍ତି । ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ସୀମା ବଢିଯାଇଥାଏ । ଏହା ହିଁ ହେଉଛି ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରମ୍ପରା ।

ଏହି ବିଶାଳକାୟ ରଥ ଯେତେବେଳେ ବଡଦାଣ୍ଡରେ ଚାଲେ ସେତେବେଳେ ଏକ ଚଳନ୍ତି ମନ୍ଦିରର ଭ୍ରମ ସୃଷ୍ଟି କରିଥାଏ । ଏହି ରଥ ପ୍ରତିବର୍ଷ ଶ୍ରୀ କ୍ଷେତ୍ରପରି ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ନ ହୋଇ ପ୍ରତିବର୍ଷ ଦୁଇ ଗୋଟି ଚକ ଓ ଆବଶ୍ୟକ ସ୍ଥଳରେ ଅନ୍ୟାନ୍ୟ ଅଂଶ ବଦଳାଇ ଦିଆଯାଇଥାଏ । ରଥ କାର୍ଯ୍ୟ ମୁଖ୍ୟତଃ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡି• ଦିନ ରଥ ଉପରେ ନେତ ପଡିବା ପରେ ସମ୍ପୂର୍ଣ୍ଣ ହୋଇଥାଏ ।


Stay tuned !!!

Comments

Post a Comment