ମୁଁ ଆଉ ସମୟ


ମୁଁ ଆଉ ସମୟ


ନା ମୁଁ ବୁଝି ପାରିଛି କେବେ ନା ବୁଝେଇ ପାରିଛି
ବାସ୍ ସବୁବେଳେ ସମୟ ତୋ ପାଖେ ହାରିଛି।
ପୁଣି ମୁଁ କରିଛି ଯେ କେତେ ପ୍ରତିଜ୍ଞା ଆଉ ପ୍ରତିଶୃତି
ବାସ୍ ସେ ସବୁ ଯେ ସମୟ ତୋ ଆଗେ ଭାଙ୍ଗିଛି ।
ହଁ ମୁଁ ସ୍ବପ୍ନ ରାଇଜରେ ବି ଗଢିଥିଲି କେତେ ଯେ ଘର 🏠
ବାସ୍ ସମୟ ତୁ କରିଛୁ ତାକୁ ଭାଙ୍ଗି ସବୁ ଛାରଖାର।।
ନିଜକୁ ନେଇ ମୁଁ କରିଛି ନିଜେହିଁ କେତେ ଅଭିମାନ
ହଁ ମୁଁ ଭୁଲି ଥିଲି ବୟସ ଯେ ସମୟର ଆଉ ଏକ ନାମ।।
ପୁଣି କେବେ ଭାବିଥିଲି ଅଭିମାନ ଆଉ ସ୍ବାଭିମାନ ରେ ବନ୍ଧା ମୋ ଜୀବନ
ସମୟ ତୁ ସୀଖେଇଲୁ ଯେ ଘଣ୍ଟା କଣ୍ଟା ଠାରୁ ଛୋଟ ମୋ ଜୀବନ।।
ତଥାପି ମୋର ମନ ଗଢେ ନେଇ ନୂଆ ଏକ ଆଶା
ଭାବେ ସମୟ ଆଜି ତାକୁ ଦେବ ଯେ ଭରଷା ।।
ହଁ ଜିତିବି ଜିତିବି ବୋଲି ମୁଁ ଲଢେ ପ୍ରତିଦିନ
ସମୟ ତୁ କହ ମୋ ଠାରୁ ହାରିବୁ କେବେ ଆଉ କୋଉଦିନ।।
ଆଜି ଯେବେ ବଞ୍ଚିବାକୁ କରେ ମୁଁ ସଂଗ୍ରାମ
ହସି କହୁ ତୁହି ସମୟ ଯେ ସବୁଠାରୁ ବଳବାନ।।
କିଛି କିଛି ବୁଝୁଛି ମୁଁ ଆଉ କିଛି ଯେ ଶିଖୁଛି
ସମୟ ସହ ବନ୍ଧା ଏ ଜୀବନ ବୋଲି ଆଜି ମୁଁ ଜାଣୁଛି।।
ସମୟ ତୁ ବଞ୍ଚୁଛୁ ବର୍ତ୍ତମାନ ରେ ଆଉ ମୁଁ ଭବିଷ୍ୟତ ଆଶାରେ
ବାସ୍ ଏତିକି ପ୍ରଭେଦ ତୋ ଆଉ ମୋ ଭିତରେ।।
ଠିକ୍ ଠିକ୍ କରିବି ଯେ ତୋ ପରି ଟିକ ଟିକ ଚାଲିବି
ବାସ୍ ସମୟ ତୋ ବିନା ନା ମୁଁ ଆଉ କାହା ପାଖରେ ହାରିବି।।

ଅନନ୍ତ ନାରାୟଣ ସ୍ବାଇଁ।
କେନ୍ଦ୍ରାପଡା

Comments