ମୁଁ ଭିତରକନିକା

 


ମୁଁ ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ମୋର ବିସ୍ତୃତ ବେଳାଭୂମି ପ୍ରାୟତଃ ୪୦-୫୦ କିମି ବ୍ୟାପି ତତ୍ ମଧ୍ୟରେ ମୋ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହିତ ମୋତେ ସବୁଜ ସୁନ୍ଦର କରିବା ସହ ଅସଂଖ୍ୟ ଜୀବଜନ୍ତୁ ମାନଙ୍କ ପାଇଁ ବାସସ୍ଥାନ ପାଲଟିଛି । କେତେ ରକମର ଫୁଲ ଫଳ, ପକ୍ଷୀ ମାନଙ୍କର କିଚିରି ମିଚିର ଓ ଜୀବଜନ୍ତୁ ମାନଙ୍କୁ ମୋ କୋଳରେ ଆନନ୍ଦ ରେ ବୁଲାବୁଲି କରିବା ର ଦେଖି ମୁଁ ଖୁସିରେ ଆତ୍ମହରା ହୋଇପଡେ, ସକାଳରୁ ସନ୍ଧ୍ୟା ଜୀବଜନ୍ତୁ ମାନଙ୍କ ଖୁସି ଦେଖି ମୋର ଦିନ ରାତି କେତେ ବେଳେ କଟି ଯାଏ ମୁଁ ନିଜେ ଜାଣିପାରେ ନାହିଁ, ଆଉ ଜାଣିପାରେ ନାହିଁ ମୋର ଆଦି ଆଉ ଅନ୍ତ । ସମୟର ସୋତ୍ରସହିତ ମୁଁ ଆଗକୁ ଆଗକୁ ବହି ଚାଲିଥାଏ ଆଉ ଜାଣିବାକୁ ବି ଚେଷ୍ଟା କରେନା । ବାସ୍ ବେଳେ ବେଳେ ଶୁଣିବାକୁ ପାଏ ଯେ ମୁଁ ମୋ କେନ୍ଦ୍ରାପଡ଼ା ମାଟିର ଗର୍ବ ଓ ଗୌରବ ଏବଂ ବିଶ୍ବର ଦିତୀୟ ବୃହତମ ଜୈବ ବିବିଧତା ର ଜନନୀ, ବାସ୍ ଏତିକିରେ ମୋ ଛାତି ଫୁଲି ଉଠେ ଏବଂ ଆନନ୍ଦରେ ଭାସି ଚାଲେ ଆଗକୁ ଆଉ ଆଗକୁ ମୋ ଭିତରେ ମଧ୍ୟ ମୁଁ ଅନେକ କୁ ବାସ୍ ଦେଇ ଥାଏ ସେମାନଙ୍କ ମଧ୍ୟରୁ ଡ଼ଲଫିନ, ବିଶ୍ଵ ପ୍ରସିଦ୍ଧ କୁମ୍ଭୀର, ଏବଂ ଅଳିଭ୍ ରିଡ଼ଲେ କଇଁଛ ଅନ୍ୟତମ। ମୋତେ ଆଉ ମୋର ଏହି ସୁନ୍ଦର ପରିବାର କୁ ଦେଖିବାକୁ କାହିଁ କେତେ ଦୂରରୁ ପର୍ଯ୍ୟଟକ ଏବଂ ପରିବେଶବିତ୍ ଓ ପ୍ରକୃତି ପ୍ରେମୀମାନେ ଆସନ୍ତି ଆଉ କେତେ ଯେ ଫୋଟୋ ଏବଂ ସେଲଫି ସହ ମୋର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ କ୍ୟାମେରା ଲେନ୍ସ ରେ କଏଦ କରି ନିଅନ୍ତି ମୋର ସୁନ୍ଦର ମନଲୋଭା ପ୍ରତିଛବି


ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ମୋର ଗୁଣଗାନ କରିବା ସହ ମୋର ସୁନ୍ଦର ଫୋଟୋ ମାନ ଛାଡ଼ି ନିଜର ଖୁସୀ ବ୍ୟକ୍ତ କରନ୍ତି । ମୋର ଏହି ଅସୀମ ବେଳାଭୂମି ରେ କେତେ ଯେ କ'ଣ ରହିଅଛି ତାକୁ ବ୍ୟାଖ୍ୟା କଲେ ବର୍ଷ ପରେ ବର୍ଷ ସରିଯିବ ହେଲେ ମୋ କାହାଣୀ ସରିବନି । ଗହୀରମଥା, ହାବେଲି ଖଟି ପରି କେତେ ଯେ ସୁନ୍ଦର ପ୍ରାକୃତିକ ପରିବେଶରେ ମନ୍ତ୍ର ମୁଗ୍ଧ ହେଇ ମୋ ପାଖକୁ ଧାଇଁ ଆସନ୍ତି ଓ କେତେ ବା ମତ୍ସ୍ୟଜୀବୀ ଏବଂ ନାବିକ ମାନେ ତାଙ୍କର କୈଳିକ ବୃତ୍ତି ପାଇଁ ମୋ ଉପରେ ନିର୍ଭର ମୋର ଏହି ଛୋଟ ଜିଲ୍ଲାର ମୁଁ ଏକ ବଡ଼ ନାମ ହେଲେ ମୋର ଏତେ ସବୁ ଖୁସୀ ମଧ୍ୟରେ ଦୁଃଖ ବି ଅସରନ୍ତି ନିଜ ଜିଲ୍ଲାବାସୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କେତେ ବାତ୍ୟାର ପ୍ରହାର ମୁଁ ମୋ ଛାତି ଉପରେ ସହିଛି ତାର ହିସାବ ନାହିଁ । ୧୯୯୯ ମହାବାତ୍ୟାର ଅସରନ୍ତି କଷ୍ଟ କୁ କ'ଣ ମୁଁ କେବେ ଭୁଲି ପାରିବି ଜିଲ୍ଲାବାସୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଯଥା ସମ୍ଭବ ଚେଷ୍ଠା କରିଥିଲି ମୋର ଛାତି ଉପରେ ତାଣ୍ଡବ ରଚି ମୋର ହେନ୍ତାଳବଣ କୁ ଧରାଶାୟୀ କରିଦେଇଥିଲା ଏହା ପରେ ମଧ୍ୟ କେତେ ଯେ ବାତ୍ୟାର ମାଡ଼ କୁ ମୋ ଛାତି ଉପରେ ସହି ଜିଲ୍ଲାବାସୀ ମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ଆଉ ଅନ୍ତ ଯାଏ କରୁଥିବି ମଧ୍ୟ ମୁଁ ପରା ପ୍ରକୃତି ମାଁ, ମାଁ କ'ଣ କେବେ ତାର ପିଲାମାନଙ୍କର ଦୁଃଖ ଦେଖି ପାରେ ମୁଁ ବା କେମିତି ଦେଖିବି । କିଛି ବାତ୍ୟାର କ୍ଷୟକ୍ଷତି ପରେ ମୁଁ ଟିକିଏ ଭାଙ୍ଗି ପଡ଼ିଛି କିନ୍ତୁ ହାରି ନାହିଁଁ । ସେତେବେଳେ ମୋତେ ବିଶ୍ଵ ମାନ୍ୟତା ଦେବା ପାଇଁ ଏକ ସର୍ବେକ୍ଷଣ ଆସିଥିଲା ହେଲେ ମୁଁ ସଫଳ ହୋଇପାରି ନଥିଲି ହେଲେ ଦିନେ ନା ଦିନେ ସଫଳ ହେବି ବୋଲି ମୋର ବିଶ୍ବାସ ରହିଛି।


ଯଦି ମୋର ଜୈବବିଭିଧତାକୁ ଉପଯୁକ୍ତ ସୁରକ୍ଷା ମିଳେ ମୁଁ ଆହୁରି କେତେ ଯେ ବାତ୍ୟାକୁ ଛାତିରେ ସହିଯିବି ତାର ସୀମା ନାହିଁ। ହେଲେ ଆଜିକାଲି ସମୟ ବଦଳି ଗଲାଣି ଆଉ ଏ ସମୟ ସହ ମୁଁ ଏକା ଚାଲିବା ଟିକେ କଷ୍ଟ ଅନୁଭବ କରୁଛି ସେଥିପାଇଁ ମୋର ଜିଲ୍ଲାବାସୀ ମାନଙ୍କୁ ଅନୁରୋଧ ନିହାତି ଖାଲି ସମୟରେ ପ୍ରାକୃତିକ ପରିବେଶର ସୁରକ୍ଷା କଥା ଟିକେ ଭାବିବେ ଏବଂ ତା'ର ସୁରକ୍ଷା ପାଇଁ ଚେଷ୍ଟା ବି କରିବେ ତେବେ ଯାଇ ଆପଣଙ୍କ ପରି ଭବିଷ୍ୟତ ପିଢି ବି ମୋର ଏହି ବିସ୍ତୃତ ବେଳାଭୂମି, ହେନ୍ତାଳବଣ ଆଉ ଜୀବଜନ୍ତୁ ଭରା ସବୁଜ ସୁନ୍ଦର ପରିବେଶକୁ ଉପଭୋଗ କରିବାର ସୁଯୋଗ ପାଇବେ । ପରିବେଶ ବଞ୍ଚିଲେ ପରା ପୃଥିବୀ ବଞ୍ଚିବ ଆଉ ଆମେ ସମସ୍ତେ ଖୁସୀ ରେ ରହିପାରିବା । ବାସ୍ ମୋର ଏତିକି ନିବେଦନ ନିଜ ନିଜ ଭିତରେ ମନ ମନାନ୍ତର ନ ହେଇ କେମିତି ପରିବେଶ ସୁରକ୍ଷା ସହ ଜୀବନ ଜୀବିକା ମଧ୍ୟ ସୂଚାରୁରୂପେ ଚାଲିପାରିବ ତାହା ଉପରେ ଏକ ସ୍ବତପବୃତ ଭାବରେ ଦୂରଦୃଷ୍ଟି କୁ ଲକ୍ଷ୍ୟକରି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ପାଇଁ ଅନୁରୋଧ । ଏହା ମୁଁ ମୋର ସ୍ବାର୍ଥ ପାଇଁ ନୁହେଁ ବରଂ ମୋର ଜିଲ୍ଲାବାସୀ ମାନଙ୍କର ମଙ୍ଗଳ ପାଇଁ ଅନୁରୋଧ କରୁଅଛି। ମୋର ପରିବାର କେବଳ ମୋର ଏହି ହେନ୍ତାଳବଣ, ଡ଼ାଙ୍ଗମାଳ, ହାବେଲିଖଟି, ଗହୀରମଥା, କୁମ୍ଭୀର, କଇଁଛ, ସରୀସୃପ କି ଅନ୍ୟ ଜୀବଜନ୍ତୁମାନେ ନୁହଁନ୍ତି ଆପଣ ମଧ୍ୟ ମୋର ପରିବାରର ଗୋଟିଏ ଗୋଟିଏ ମୂଲ୍ୟବାନ ଅଂଶ।


Comments